ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ ଅତୁଳନୀୟ : ଅମିତ ଶାହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ୍’ର ଶତକୀୟ ଅଧ୍ଯାୟ ପାଇଁ ଗତକାଲି ରାଜଧାନୀ ଦିଲ୍ଲୀରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମନ କି ବାତ୍ ଡାକଟିକଟ ଓ ମୁଦ୍ରା ଜାରିକରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଅଲ ଇଣ୍ଡିଆ ରେଡ଼ିଓ ମାଧ୍ୟମରେ ପ୍ରସାରିତ ହେଉଥିବା ଏହି କାର୍ଯ୍ୟକ୍ରମରେ କେବେହେଲେ ରାଜନୀତି ବିଷୟ ଚର୍ଚ୍ଚା କରି ନାହାନ୍ତି ପ୍ରଧାନମନ୍ତ୍ରୀ। ଶ୍ରୀ ଶାହା କହିଲେ ଯେ ନେଲସନ ମଣ୍ଡେଲା ଓ ଉଇନଷ୍ଟନ ଚର୍ଚ୍ଚିଲ ନିଜ ନିଜର ରେଡ଼ିଓ ବାର୍ତ୍ତା ମାଧ୍ୟମରେ ନିଜ ନିଜର ରାଜନୈତିକ ଆଭିମୁଖ୍ୟ ପ୍ରଚାର କରୁଥିବା ଦେଖାଯାଇଛି, ମାତ୍ର ପ୍ରଧାନମନ୍ତ୍ରୀ ମୋଦି ଆରମ୍ଭରୁ ନିଜର ୯୯ଟି ରେଡ଼ିଓ କାର୍ଯ୍ୟକ୍ରମରେ କେବେହେଲେ ରାଜନୀତିର ଅବତାରଣା କରିନାହାନ୍ତି, ତେଣୁ ଏହା ଶ୍ରେଷ୍ଠ ଓ ଅତୁଳନୀୟ !
ମୋଦିଙ୍କ ଗୁଣକୀର୍ତ୍ତନରେ ଶତମୁଖ ହୋଇ ଶ୍ରୀ ଶାହା କହିଲେ ଯେ ପ୍ରଧାନମନ୍ତ୍ରୀ ଆକାଶବାଣୀକୁ ନିଜ ମନକଥା କହିବାର ମାଧ୍ୟମ ଭାବେ ବାଛି ଏହାକୁ ଧନ୍ୟ କରିଛନ୍ତି ! ମୋଦିଙ୍କ ଗୁଣକୀର୍ତ୍ତନରେ ଶତମୁଖ ହୋଇ ଶ୍ରୀ ଶାହା କହିଲେ ଯେ ପ୍ରଧାନମନ୍ତ୍ରୀ ଦେଶରେ ଗଣତାନ୍ତ୍ରିକ ବ୍ଯବସ୍ଥାକୁ ଜାତିବାଦ ଓ ପରିବାରବାଦ କବଳରୁ ମୁକ୍ତ କରିଛନ୍ତି।

Leave A Reply

Your email address will not be published.