ଅମୃତ ପାଲଙ୍କ ସ୍ତ୍ରୀ ବିମାନ ବନ୍ଦରରେ ଅଟକ

“ୱାରିସ ପଞ୍ଜାବ ଦେ” ମୁଖ୍ୟ ଅମ୍ରିତ ପାଲ ସିଂଙ୍କ ପତ୍ନୀ କିରଣ ଦୀପ କୌରଙ୍କୁ ଆଜି ସକାଳେ ଅମୃତସର ବିମାନବନ୍ଦରରେ ପୋଲିସ ଗିରଫ କରିଥିଲା, ସେ ଇଂଲଣ୍ଡ ଯିବାପାଇଁ ବିମାନ ବନ୍ଦର ଆସିଥିବା ବେଳେ ଧରାପଡ଼ିଥିଲେ । କିରଣ ଦୀପ ଏଆର ଇଣ୍ଡିଆର 2.30 ଫ୍ଲାଇଟରେ ବକିଙ୍ଗହୋମ ଯିବା ପାଇଁ ଟିକଟ କରି 12.20 ମିନିଟ ସମୟରେ ଇମିଗ୍ରେସନ କାଉଣ୍ଟରକୁ ଆସିବା ବେଳେ ପୋଲିସ ତାଙ୍କୁ ଅଟକାଇ ଦେଇଥିଲା, ପଚାର ଉଚରା ପରେ ତାଙ୍କୁ ଛାଡିଦିଆଯାଇଛି । ମାତ୍ର ଅମୃତସର ଛାଡି ବାହାରକୁ ନଯିବା ପାଇଁ ତାଙ୍କ ଉପରେ ନିଷେଧାଦେଶ ଜାରି କରାଯାଇଛି ।

Leave A Reply

Your email address will not be published.