ପ୍ରାୟ ୧୧ ବର୍ଷ ପରେ ଟିଭି ଚାନେଲଗୁଡ଼ିକ ପାଇଁ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି।
ଟିଭି ଚାନେଲଗୁଡ଼ିକ ଜାତୀୟ ସ୍ବାର୍ଥ ଓ ଜାତୀୟ ଗୁରୁତ୍ବ ବହନ କରୁଥିବା ୩୦ ମିନିଟ୍ର କାର୍ଯ୍ୟକ୍ରମ ପ୍ରସାରଣ କରିବାକୁ ଏହି ନୂଆ ମାର୍ଗଦର୍ଶିକାରେ କୁହାଯାଇଛି।
୧୧ ବର୍ଷ ତଳେ ୨୦୧୧ରେ ଶେଷଥର ପାଇଁ ଗାଇଡଲାଇନ ସଂଶୋଧିତ ହୋଇଥିଲା।
ଜାରି ହୋଇଥିବା ନୂଆ ନିୟମ ଫଳରେ ଲାଇଭ୍ ଟେଲିକାଷ୍ଟ ପାଇଁ କୌଣସି ପ୍ରାକ୍-ଅନୁମତିର ଆବଶ୍ୟକତା ରହିବ ନାହିଁ, କେବଳ ଲାଇଭ୍ ଟେଲିକାଷ୍ଟ ପାଇଁ କାର୍ଯ୍ୟକ୍ରମର ପ୍ରାକ୍-ପଞ୍ଜୀକରଣ କରିବାକୁ ହେବ।
ଏହା ଫଳରେ ଚାନେଲଗୁଡ଼ିକର ଅପ୍ଲିଙ୍କିଂ ଓ ଡାଉନ୍ଲିଙ୍କିଂ ପାଇଁ ଭାରତରେ ପଞ୍ଜୀକୃତ କମ୍ପାନି ଓ ଲିମିଟେଡ଼ ଲାଏବିଲିଟି ପାର୍ଟନରସିପ ନିମନ୍ତେ ଅନୁମତି ପାଇବା ସୁବିଧାଜନକ ହେବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର କହିଛନ୍ତି।