ମୋଦିଙ୍କ ନାମରେ ନାମିତ ହେଲା ଅହମଦାବାଦ ମେଡ଼ିକାଲ କଲେଜ 

ଅହମଦାବାଦ ମ୍ୟୁନିସିପାଲିଟି କର୍ପୋରେସନର ଏମଇଟି ମେଡିକାଲ କଲେଜର ନମକୁ ବଦଳାଇ ନରେନ୍ଦ୍ର ମୋଦୀ ମେଡିକାଲ କଲେଜ ନାମରେ ନାମିତ କରାଯାଇଛି।

ଏ ନେଇ ଗତ ୧୪ ତାରିଖରେ ମେଡ଼ିକାଲ କଲେଜର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଗୃହୀତ ପ୍ରସ୍ତାବକୁ ଗତକାଲି ମୁନିସିପାଲ କର୍ପୋରେସନର ସ୍ଥାୟୀ କମିଟି ଅନୁମୋଦନ ପ୍ରଦାନ କରିଛି।

ଫଳରେ ଏଏମସି ଏମଇଟି ମେଡିକାଲ କଲେଜ ଆନୁଷ୍ଠାନିକ ଭାବେ ନରେନ୍ଦ୍ର ମୋଦୀ ମେଡିକାଲ କଲେଜ ଭାବେ ନୂତନ ନାମରେ ନାମିତ ହୋଇ ଯାଇଛି।

ପୂର୍ବରୁ ଚଳିତ ବର୍ଷ ପ୍ରାରମ୍ଭରେ ଅହମ୍ମଦାବାଦରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ କ୍ରିକେଟ୍‌ ଷ୍ଟାଡିୟମର ନାମ ପରିବର୍ତ୍ତନ କରାଯାଇ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ରଖା ଯାଇଛି, ଏହାକୁ ନେଇ ବହୁ ବାଦ ବିବାଦ ସୃଷ୍ଟି ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଏହି ଏଏମସି ଏମଇଟି ମେଡିକାଲ କଲେଜଟି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ରଭାଇ ମୋଦୀଙ୍କ ପୂର୍ବତନ ବିଧାନସଭା ନିର୍ବାଚନମଣ୍ଡଳୀ ଅଞ୍ଚଳରେ ରହିିଛି।

ମେଡିକାଲ କଲେଜରେ ବର୍ତ୍ତମାନ ସ୍ନାତକୋତ୍ତର ପାଠ୍ୟକ୍ରମ ପଢ଼ା ଯାଉଛି, ଏହି ମେଡିକାଲ କଲେଜରେ ୧୭୦ଟି ସିଟ୍‌ ରହିଛି।

Leave A Reply

Your email address will not be published.