ଗୁଜୁରାଟର ସେବା କରିବା ପାଇଁ କଂଗ୍ରେସ ଛାଡୁଛି କହି ନୌଟଙ୍ଗି କରିଥିବା ପଟିଦାର ନେତା ହାର୍ଦ୍ଦିକ ପଟେଲ ଆଉ ଦୁଇଦିନ ପରେ ଜୁନ ୨ ତାରିଖ ଗୁରୁବାର ଦିନ ବିଜେପିରେ ଯୋଗଦେବେ । ଗତ ଅପ୍ରେଲ ମାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ନିଜକୁ ନେଇ ସୌଦା କରିଥିଲେ ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ । ୨୦୧୭ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ବିରୋଧରେ ତୁମୁଳ ପ୍ରଚାର କରି ରାହୁଲ ଗାନ୍ଧୀଙ୍କୁ ଦେଶର ସର୍ବଶ୍ରେଷ୍ଠ ନେତା କହି ୨୦୧୯ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ରାଜ୍ୟର ବିଜେପି ସରକାର ଏକ ଅପରାଧିକ ମାମଲାରେ ତାଙ୍କୁ ବାନ୍ଧି ଜେଲରେ ପୁରାଇବାକୁ ଯୋଜନା କରୁଥିବା ଜାଣିବା ପରେ ଅମିତ ଶାହାଙ୍କୁ ଭେଟି ହାର୍ଦ୍ଦିକ ଏପରି ବାଟ ବିହାର କରିଛନ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଉଛି।