ଏନଡିଟିଭିକୁ ଅକ୍ତିଆର କରିବେ ଆଦାନି : ୨୯.୧୮ ଅଂଶ ହସ୍ତାନ୍ତର କରିବାକୁ ୨ ଦିନିଆ ନୋଟିସ

ଭାରତୀୟ କୋଟିପତି ଗୌତମ ଆଦାନି ଭାରତର ସବୁଠାରୁ ଲୋକପ୍ରିୟ ସ୍ପଷ୍ଟବାଦୀ ନ୍ଯୁଜ ଚାନେଲ ଏନଡିଟିଭିକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ପ୍ରଥମ କଦମୄ ଉଠାଇଛନ୍ତି, ଟେଲିଭିଜନ କମ୍ପାନିର ୨୯.୧୮ ପ୍ରତିଶତ ଅଂଶ ହସ୍ତାନ୍ତର କରିବାକୁ ଏନଡିଟିଭି ପ୍ରତିଷ୍ଠାତା ପ୍ରଣୟ ରାୟ ଓ ରାଧିକାଙ୍କୁ ନୋଟିସ ଜାରି କରି ବିଶ୍ଵପ୍ରଧାନ ପ୍ରାଇଭେଟ ଲିମିଟେଡ଼ କମ୍ପାନି କହିଛି ୨ ଦିନ ମଧ୍ୟରେ ଅଂଶ ହସ୍ତାନ୍ତର କର !

ପରେ ଏନଡିଟିଭିର ୨୬% ଅଂଶ ଆଦାନି ଗୃପ ଏହାର ମାଲିକ ହୋଇଯିବ ବୋଲି ଆଦାନି ଗୃପ ଅଫ କମ୍ପାନିଜର ଗୋଟିଏ କମ୍ପାନି ପକ୍ଷରୁ କୁହାଯାଇଛି।

୨୦୦୯-୧୦ରେ ବିଶ୍ଵପ୍ରଧାନ କମ୍ପାନି ଓ ଏନଡିଟିଭି ମଧ୍ୟରେ ହୋଇଥିବା ଏକ ଋଣ ଦସ୍ତାବିଜ ଆଧାରରେ ଏଭଳି ଏକପାଖିଆ ପଦକ୍ଷେପ ନିଆଯାଇଛି ବୋଲି ଏନଡିଟିଭି କହିଛି, ଏବାବଦରେ କୌଣସି କଥାବାର୍ତ୍ତା ବା ଆଲୋଚନା ହୋଇନାହିଁ ଅଥବା ଏଥିପାଇଁ ଏନଡିଟିଭିର ସମ୍ମତି ନିଆଯାଇନାହିଁ ବୋଲି ଏନଡିଟିଭି ପ୍ରତିବାଦ କରିଛି ।

ଉଲ୍ଲେଖଯୋଗ୍ୟ ଯେ ଯେଉଁ ଅଳ୍ପ କେତୋଟି ନ୍ଯୁଜ ଚାନେଲ ସରକାରଙ୍କ ଭୁଲ ନିଷ୍ପତ୍ତି ଓ କାର୍ଯ୍ୟକୁ ସମାଲୋଚନା କରନ୍ତି, ସେଗୁଡିକ ମଧ୍ୟରେ ଏନଡିଟିଭି ପ୍ରମୁଖ।

ଟିଭି ଚାନେଲ ପକ୍ଷରୁ କୁହାଯାଇଛି ଯେ ନିଷ୍ପକ୍ଷ ସମ୍ବାଦ ପରିବେଷଣ କରିବାର ଧାରା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଯେଉଁ ଚକ୍ରାନ୍ତ ହେଉଛି, ତାହାକୁ ସଫଳ ହେବାକୁ ଦିଆଯିବ ନାହିଁ।

Leave A Reply

Your email address will not be published.