ସ୍କୁଲଛାତ୍ରୀ ମୁହଁରେ ଏସିଡ ମାଡ

ଆଜି ସକାଳ ୭.୩୦ ସମୟରେ ପଶ୍ଚିମଦିଲ୍ଲୀ ଉତ୍ତମ ନଗର ମୋହନ ଗାର୍ଡେନ ଅଞ୍ଚଳରେ ୨ ମୋଟର ସାଇକେଲ ଆରୋହୀ ଜଣେ ୧୭ ବର୍ଷୀୟା ସ୍କୁଲଛାତ୍ରୀ ମୁହଁ ଉପରକୁ ଏସିଡ ମାଡ କରିଛନ୍ତି। ଚିକିତ୍ସା ପାଇଁ ଛାତ୍ରୀ ଜଣଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତ୍ରୀଙ୍କ ଅବସ୍ଥା ଜଟିଳ ଥିବା ଆଖିରେ ଏସିଡ ପଶିଯାଇଥିବା କୁହାଯାଉଛି। ଆକ୍ରମଣ ସମୟରେ ତା ସହିତ ତାର ସାନ ଭଉଣୀ ଥିଲା ବୋଲି ଜଣାଯାଇଛି। ଆକ୍ରମଣ ଘଟଣା ସିସିଟିଭି କ୍ଯାମେରାରେ ରହିଥିବା ପୋଲିସ କହିଛି। ୨ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଦିଲ୍ଲୀ ମହିଳା କମିଶନ ଅଧ୍ଯକ୍ଷା ସ୍ଵାତୀ ମାଲଓ୍ଵାଲ କହିଛନ୍ତି ଯେ ଦୋକାନଗୁଡିକରେ ଖୋଲାରେ ଏସିଡ ବିକ୍ରିକୁ ନିଷେଧ କରାଯାଇଥିବା ସତ୍ତ୍ୱେ ଏହାକୁ କାର୍ଯ୍ୟକାରୀ କରାଯାଇ ପାରୁନଥିବା ଦୁର୍ଭାଗ୍ୟଜନକ !

Leave A Reply

Your email address will not be published.