ସ୍ୱାମୀ ସହ କଳି ହେବା ପରେ ରାଗରେ ଅନ୍ଧହୋଇ ନିଜର ୬ ପିଲାଙ୍କୁ ଏକ ପରିତ୍ଯକ୍ତ କୁଅରେ ପକାଇ ହତ୍ୟା କରିଛି ରାକ୍ଷସୀ ମା । ଏପରି ଛାତି ଥରେଇ ଦେବା ଭଳି ଘଟଣା ଘଟିଛି ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ଡଲକାଠି ଗାଁରେ । ସହାନୀ ନାମକ ମହିଳା ଜଣଙ୍କର ନିଜ ଚରିତ୍ର ଉପରେ ଆରୋପକୁ ନେଇ ସ୍ୱାମୀଙ୍କ ସହିତ ଝଗଡା ହୋଇଥିଲା । ଏଥିରେ ସହାନୀ ଏପରି ରାଗି ଯାଇଥିଲେ ଯେ ନିଜର ୬ପିଲାଙ୍କୁ କୂଅରେ ଫୋପାଡିଦେବା ପରେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ମାତ୍ର ନିଜେ ବଞ୍ଚି ଯାଇଥିବା ବେଳେ ୬ଟି ଯାକ ପିଲା ମରି ଯାଇଥିଲେ। ଗାଁ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ୬ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।