କେରଳ ନରବଳି ଘଟଣାର ଛାତି ଥରାଇବା ଭଳି ଘଟଣା ଖୁଲାସା ହୋଇଛି। ଅଭିଯୁକ୍ତ ମାନେ ବର୍ବରତାର ସବୁ ସୀମା ଟପି ଯାଇଛନ୍ତି ଏଠି। ଅଭିଯୁକ୍ତ ଦମ୍ପତି ଅନ୍ଧବିଶ୍ୱାସରେ ବସବତି ହୋଇକି ଦୁଇ ମହିଳାଙ୍କୁ ବଳି ଦେଇସାରିବା ପରେ ମୃତଦେହକୁ ଧାରୁଆ ଅସ୍ତ୍ରରେ ୫୬ ଖଣ୍ଡ କରି କାଟିଥିଲେ। ଆଉ ସବୁଠୁ ଚାଞ୍ଚଲ୍ୟକର ଖବର ହଉଚି କାଟିଥିବା ମାଂସରୁ କିଛି ମାଂସ ଖଣ୍ଡକୁ ରୋଷେଇ କରି ଖାଇଥିଲେ। ଯୌବନ ଫେରିପାଇବା ଆଶା ନେଇକି ଏଭଳି କାଣ୍ଡ ଭିଆଇଥିବା ଜେରା ବେଳେ ସ୍ୱୀକାର କରିଛନ୍ତି । ମୃତ ୨ ମହିଳା ହେଉଛନ୍ତି ପି. ପଦ୍ମା ଓ ରୋସଲି।ଏମାନେ ଲଟେରୀ ଟିକେଟ ବିକ୍ରି କରି ନିଜ ଗୁଜରାଣ ମେଣ୍ଟାଉଥିଲେ। ଅଭିଯୁକ୍ତ ପ୍ରଥମେ ମହିଳାଙ୍କୁ ଅପହରଣ କରିଥିଲେ ଏବଂ ପରେ ତଣ୍ଟି କାଟି ବଳି ଚଢାଇଥିଲେ । ଏହା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ନିଜ ଘରେ ପୋତି ଦେଇଥିଲେ।ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି। ଏହି ଘଟଣାରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସାଫି ପୀଡିତାଙ୍କୁ ନିର୍ଯାତନା ଦେଇ ଖୁସି ହେଉଥିବା ଜଣାପଡିଛି। ସେ ପୂର୍ବରୁ ମଧ୍ୟ ଏକ ଦୁଷ୍କର୍ମ ମାମଲାରେ ସାମିଲଥିଲା। ପୁଲିସର କହିବା ଅନୁସାରେ ସାଫି ୨୦୨୦ରେ ଜଣେ ଟ୍ରକ୍ ଡ୍ରାଇଭର ଭାବେ କାମ କରୁଥିବା ବେଳେ ଜଣେ ୭୫ ବର୍ଷୀୟା ବୃଦ୍ଧାଙ୍କୁ ନୃଶଂସ ଭାବେ ଆକ୍ରମଣ କରିବା ସହ ଦୁଷ୍କର୍ମ କରି ଜେଲ ରେ ଥିଲା। କିନ୍ତୁ ବର୍ଷକ ଆଗରୁ ସେ ଜେଲ ରୁ ମୁକୁଳି ଯାଇଥିଲା।