ଖାଉଟି ମୁଣ୍ଡରେ ଚଡ଼କ: ଡିଜେଲରେ ୩ ଟଙ୍କା ଭାଟ୍‌ ବଢ଼ାଇଲେ ଏହି ରାଜ୍ୟ ସରକାର

ଶିମଲା: ରାଜ୍ୟରେ ଇନ୍ଧନ ମୂଲ୍ୟ ନେଇ ହିମାଚଳ ସରକାର ବଡ଼ ନିଷ୍ପତ୍ତି ନେଇ ଭାଟ୍‌ ବୃଦ୍ଧି କରିଛନ୍ତି। ନିକଟରେ ବିଧାନସଭା ନିର୍ବାଚନ ଜିତି ସରକାର ଗଢ଼ିଥିବା ସୁଖବିନ୍ଦର ସିଂହ ସୁଖୁ ସରକାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସହ ଡିଜେଲ ଉପରେ ଭାଟ୍‌ ବୃଦ୍ଧି ଘୋଷଣା କରିଛନ୍ତି। ଏଣୁ ରାଜ୍ୟରେ ଡିଜେଲ ମହଙ୍ଗା ହୋଇଛି।

ହିମାଚଳ ପ୍ରଦେଶ ସରକାର ଡିଜେଲ ଉପରେ ମୂଲ୍ୟ ଯୁକ୍ତ ଶୁଳ୍କ (ଭାଟ୍‌) ୩ ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ ରାଜ୍ୟରେ ଡିଜେଲ ଦରରେ ୯.୯୬ ପ୍ରତିଶତ ମୂଲ୍ୟ ବୃଦ୍ଧି ହୋଇଛି। ଏହି ବର୍ଦ୍ଧିତ ମୂଲ୍ୟ ଶନିବାର ମଧ୍ୟରାତ୍ରରୁ ରାଜ୍ୟରେ ଲାଗୁ ହୋଇଛି। ଏ ନେଇ ସରକାରଙ୍କ ନୋଟିଫିକେସନ ଅନୁସାରେ ଡିଜେଲ ଲିଟର ପିଛା ଦରରେ ୭ଟଙ୍କା ୪୦ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଡିଜେଲ ମହଙ୍ଗା ହେବା ଯୋଗୁ ରାଜ୍ୟରେ ମାଲ ପରିବହନ ଭଢ଼ା ବୃଦ୍ଧି ସହ ଅତ୍ୟାବଶକୀୟ ସାମଗ୍ରୀ ଦର ବଢ଼ିବ ବୋଲି ଆଶଙ୍କା କରାଯାଉଛି।

Leave A Reply

Your email address will not be published.