ଗୋଟେ ବିସ୍ଫୋରଣର ୮ ଘଣ୍ଟା ପରେ ପରେ ଆଉ ଗୋଟେ ବିସ୍ଫୋରଣ ଏହା ଘଟିଛି ଜମ୍ମୁ ଓ କାଶ୍ମୀରର ଉଧମପୁର ଅନ୍ତର୍ଗତ ପୁରୁଣା ବସ୍ ଷ୍ଟାଣ୍ଡ୍ରେ।
ଏହା ଗୋଟେ ବସ୍ ମାଧ୍ୟମରେ ଘଟିଛି ଘଟଣାସ୍ଥଳରେ ଜମ୍ମୁ ଓ କଶ୍ମୀର ପୁଲିସ ଓ ଅନ୍ୟ ନିରାପତ୍ତା ଦଳ ଉପସ୍ଥିତ ଅଛନ୍ତି।ଉପରୋକ୍ତ ବିସ୍ଫୋରଣ ଘଟଣାରେ
ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ଖବର ଆସିନାହିଁ ।
ସୂଚନା ଅନୁସାରେ, ଗତ ବୁଧବାର ରାତିରେ ଦୋମୈଲ୍ ଛକ ନିକଟରେ ଗୋଟେ ଯାତ୍ରୀ ବାହି ବସ୍ ଠିଆ ହୋଇଥିବା ବେଳେ ହଟାତ ବିସ୍ଫୋରଣ ଘଟିବାରୁ
ବସ୍ର କଣ୍ଡକ୍ଟର୍ ସୁନୀଲ ସିଂହ(୨୭)ଏବଂ ତାଙ୍କର ଜଣେ ବନ୍ଧୁ ବିଜୟ କୁମାର (୪୦) ଆହତ ହୋଇଥିଲେ। ବିସ୍ଫୋରଣ ର ଶବ୍ଦ ଶୁଣି ସ୍ଥାନୀୟ ବାସିନ୍ଦାମାନେ
ଘଟଣାସ୍ଥଳକୁ ଧାଇଁ ଯାଇଆହତ ୨ ଜଣକୁ ପ୍ରାଥମିକ ସେବା ଯୋଗାଇ ଦେଇଥିଲେ।
ପରେ ପୋଲିସ ପଚରା ଉଚରା ସମୟରେ ବସ୍ କଣ୍ଡକ୍ଟର୍ ସୁନୀଲ ସିଂହ କହିଛନ୍ତି ଯେ ସନ୍ଧ୍ୟା ପ୍ରାୟ
୭.୩୦ରେ ୨ଜଣ ଅଚିହ୍ନା ବ୍ୟକ୍ତି ଆସି ବସ୍ ଛାତରେ ଗଦି ଏବଂ ଆଉ ଦୁଇଟି ଜିନିଷ ରଖିବାକୁ ଅନୁମତି ମାଗି କହିଲେ କି, ଆଗାମୀକାଲି ସକାଳେ ଏ ଜିନିଷ
ରାମନଗର ଯିବ। ବସ୍ରେ ଜିନିଷପତ୍ର ଲଦି ଦେଇ ଦୁହେଁ ଘଟଣାସ୍ଥଳରୁ ଚାଲିଯିବାର ପ୍ରାୟ ୩ ଘଣ୍ଟା ପରେ ବିସ୍ଫୋରଣ ଘଟିଲା।ଆହତ ବ୍ୟକ୍ତିଦ୍ବୟଙ୍କୁ
ଉଧାମପୁର ଜିଲ୍ଲା ହସ୍ପିଟାଲ୍କୁ ପଠାଇଥିଲେ। ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତମାନ ଭଲ ଅଛି।