ଦୁଇ ଜଣଙ୍କ ସମ୍ପର୍କ ସମ୍ବନ୍ଧରେ ଜାଣିବା ପରେ ପ୍ରେମିକାଙ୍କ ପରିବାର ଲୋକେ 19 ବର୍ଷର ଜଣେ ବାଳକକୁ ବ୍ଲାକମେଲ କରିବା ଦ୍ୱାରା ଆତ୍ମହତ୍ୟାର ରାସ୍ତା ବାଛିନେଲା ପ୍ରେମିକ। ଘଟଣା ଘଟିଛି ଗୁଜୁରାଟର କଛ ଜିଲ୍ଲାରେ। କଛର 19 ବର୍ଷୀୟ ବାଳକ ଦିଗବିଜୟ ସିଂ ପରମାର, ମେହେକ ନାମକ ଜଣେ ଯୁବତୀଙ୍କୁ ଭଲପାଇ ବସିଥିଲେ । ଏ ସମ୍ପର୍କରେ ଜାଣିବା ପରେ ମେହେକଙ୍କ ମା ଏବଂ ତାଙ୍କ ଭାଇ, ଦିଗବିଜୟଙ୍କୁ ବ୍ଲାକମେଲ କରି ଟଙ୍କା ମାଗିବା ଆରମ୍ଭ କରିଦେଲେ । ପରିବାର ଲୋକେ ଧମକ ଦେଲେ ଯେ ଟଙ୍କା ନଦେଲେ ସେମାନେ ଦିଗବିଜୟଙ୍କ ନାମରେ ଏକ ମିଛ ଦୁଷ୍କର୍ମ ମାମଲା ଦାୟର କରି ତାଙ୍କୁ ଜେଲ ପଠାଇଦେବେ । ତେବେ ମେହେକଙ୍କ ପରିବାର ଲୋକେ ଟଙ୍କା ମାଗିବା ଆରମ୍ଭ କରିବା ପରେ ଅତ୍ୟଧିକ ମାନସିକ ଚାପରେ ଥିଲେ ଦିଗବିଜୟ । ଶେଷରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଥିଲେ ଦିଗବିଜୟ । ଆତ୍ମହତ୍ୟା କରିବା ପୂର୍ବରୁ ରେକର୍ଡ କରିଥିବା ଏକ ଅଡିଓରେ ସେ କହିଛନ୍ତି ଯେ “ମେହେକଙ୍କ ମା ଏବଂ ଭାଇମାନେ ମତେ ଟଙ୍କା ମାଗିଛନ୍ତି। ଯଦି ମୁଁ ନଦିଏ ତେବେ ସେମାନେ ମୋ ବିରୋଧରେ ଏକ ନକଲି ଦୁଷ୍କର୍ମ ମାମଲା ଦାୟର କରିବେ ବୋଲି କହିଥିଲେ। ମୋ ପାଖରେ ଟଙ୍କା ନାହିଁ, ତେଣୁ ମୁଁ ଏହି ପଦକ୍ଷେପ ନେଉଛି।”