ପଢ଼ାଛାଡି ବାହା ହେବାକୁ ବାଧ୍ୟ କରିବାରୁ ଆତ୍ମହତ୍ୟା କଲେ 19 ବର୍ଷର ଯୁବତୀ

ଦେଶରେ ଏପରି ଅନେକ ଘଟଣା ଦେଖିବାକୁ ମିଳିଛି ଯେଉଁଠାରେ ବାପା ମା କାମ ବୟସର ଯୁବତୀ ମାନଙ୍କ ଶିକ୍ଷା ଅଧିକାର ଛଡାଇ ନେଇ ସେମାଙ୍କୁ ବିବାହ ବନ୍ଧନରେ ବାନ୍ଧି ଦିଅନ୍ତି ।

ତେବେ ଏପରି ବନ୍ଧନକୁ ଗ୍ରହଣ କରିନପାରି ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ଏଟାୱାଠାରେ ଜଣେ 19 ବର୍ଷର ଯୁବତୀଙ୍କୁ ତାଙ୍କ ପରିବାର ଲୋକେ ଯୁବତୀଙ୍କ ସମ୍ମତି ବିନା ତାଙ୍କୁ ବାହା କରାଇଦେବାକୁ ବାଧ୍ୟ କରିବାରୁ ଅନ୍ୟ କୌଣସି ଉପାୟ ନପାଇ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି ।

କାଶିରାମ କଲୋନୀର ବାସିନ୍ଦା ପ୍ରିୟଙ୍କା ଚଳିତ ବର୍ଷ କ୍ଲାସ୍ 12ରେ ପାଠପଢା ଆରମ୍ଭ କରିବାକୁ ଯାଉଥିଲା । କିନ୍ତୁ ତାଙ୍କ ପରିବାର ତାଙ୍କ ବିବାହ ପାଇଁ ଏକ ପୁଅ ଖୋଜିବା ଆରମ୍ଭ କରିଦେଇଥିଲେ। ସେ ବାହା ହେବାକୁ ଚାହୁଁନାହାନ୍ତି ଏବଂ ପାଠ ପଢିବାକୁ ଚାହୁଁଛନ୍ତି ବୋଲି ବାରମ୍ବାର ନିବେଦନ କରିବା ପରେ ମଧ୍ୟ ଘର ଲୋକେ ଯୁବତୀଙ୍କୁ ବିନା ପଚାରି ତାଙ୍କ ବିବାହ ସ୍ଥିର କରିଦେଇଥିଲେ ।

ଏଥିରୁ ନିରାଶ ହୋଇ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ମନସ୍ଥ କରିନେଇଥିଲେ ପ୍ରିୟଙ୍କା । ତେବେ ମୃତ୍ୟୁ ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରିୟଙ୍କା ଘରର ବଡ ଝିଅ ହୋଇଥିବା ବେଳେ ତାଙ୍କର 4 ଭଉଣୀ ଏବଂ 2 ଭାଇ ଅଛନ୍ତି । ତାଙ୍କ ପିତା ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି ।

Leave A Reply

Your email address will not be published.