ଆସନ୍ତା ୨୮ ତାରିଖରେ ନୂତନ ପାର୍ଲିଆମେଣ୍ଟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏହାକୁ ରାଷ୍ଟ୍ରପତିଙ୍କ ପଦମର୍ଯ୍ଯାଦା ପ୍ରତି ଅବମାନନା ଓ ସମ୍ବିଧାନକୁ ଅସମ୍ମାନ ବୋଲି ଉଲ୍ଲେଖ କରି ପ୍ରତିବାଦ ସ୍ଵରୂପ ଉଦଘାଟନୀ ଉତ୍ସବକୁ ବୟକଟ କରିବେ ୧୯ ବିରୋଧୀ ଦଳ। ବିରୋଧୀ ଦଳ ପକ୍ଷରୁ ଦର୍ଶାଯାଇଛି ଯେ ସମ୍ବିଧାନର ୨୯ ଧାରା ଅନୁଯାୟୀ, ରାଷ୍ଟ୍ରପତି ରାଜ୍ୟସଭା ଓ ଲୋକସଭା ହେଉଛନ୍ତି ସଂସଦର ମୂଳାଧାର, ସଂସଦର ମୁଖ୍ୟ ଭାବେ ରାଷ୍ଟ୍ରପତି ନୂତନ ପାର୍ଲିଆମେଣ୍ଟ ଭବନ ଉଦଘାଟନ କରିବା ହେଉଛି ସାମ୍ବିଧାନିକ ବିଧି। ମାତ୍ର କେବଳ ନିଜର ପ୍ରଚାର ପାଇଁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବଦଳରେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଉଦଘାଟନ କରିବା ଗଣତାନ୍ତ୍ରିକ ମୂଲ୍ୟବୋଧ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି ବିରୋଧୀ ଦଳ ପକ୍ଷରୁ ଦର୍ଶାଯାଇଛି ।
ଏହି ୧୯ ବିରୋଧୀଦଳ ଗୁଡିକ ମଧ୍ୟରେ ରହିଛି କଂଗ୍ରେସ, ତୃଣମୂଳ କଂଗ୍ରେସ, ଆଆପ, ସମାଜବାଦୀ ପାର୍ଟି, ଆରଜେଡି, ଏନସିପି, ଶିବସେନା(ଉଦ୍ଧବ), ଡିଏମକେ, ସିପିଆଇ, ସିପିଏମ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା, ମୁସଲିମ ଲିଗ ଓ ନେସନାଲ କନଫେରେନ୍ସ ପ୍ରମୁଖ।