ଗୁଜୁରାଟର ମୋରବି ଜିଲ୍ଲାରେ ଗତ ରବିବାର ସନ୍ଧ୍ୟାରେ ମଛୁନଦୀ କେବୁଲ ବ୍ରିଜ ଭାଙ୍ଗି ପଡିବ ଫଳରେ ବର୍ତମାନ ସୁଦ୍ଧା 141 ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ 177 ଜଣଙ୍କୁ ଉଦ୍ଧାର କରାଯାଇଥିବା କଥା ଗୁଜୁରାଟ ଗୃହମନ୍ତ୍ରୀ ହର୍ଷ ସାଙ୍ଗବି କହୁଛନ୍ତି । ମାତ୍ର ସୂଚନା ଅନୁସାରେ ପୋଲ ଭାଙ୍ଗି ପଡିବ ସମୟରେ 400ରୁ ଉର୍ଦ୍ଧ ଲୋକ ଏହା ଉପରେ ଥିଲେ । ଉଲ୍ଲେଖନୀୟ ଯେ 5 ଦିନ ତଳେ ପୋଲ ମରାମତି ହୋଇ ସର୍ବସାଧାରଣ ବ୍ୟବହାର ପାଇଁ ଖୋଲାଯାଇଥିଲା । ମଛୁନଦୀ ପୋଲ ଉପରେ ଏହି ଦୁର୍ଘଟଣା ପ୍ରଥମ ଘଟଣା ନୁହେଁ, 1979 ମସିହା ଅଗଷ୍ଟ 11 ତାରିଖରେ ଏହି କେବଲ ବ୍ରିଜ ଭାଙ୍ଗିପଡିଥିଲା । ସେଥିରେ ଅତିକମରେ 1500 ଲୋକଙ୍କର ମୃତ୍ୟୁ ହୋଇଥିଲା, 13 ହଜାର ଅନ୍ୟ ଜୀବଜନ୍ତୁ ଏହି ଦୁର୍ଘଟଣାରେ ମରିଥିଲେ ।