ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏବର୍ଷ ମୋଟ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୧୩ ଲକ୍ଷ ୩୦ ହଜାର ୬୬୨ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ବର୍ଷ ତୁଳନାରେ ଏବର୍ଷ ପାସ୍ ହାର ପ୍ରାୟ ୭ ପ୍ରତିଶତ କମି ୯୨.୭୧ ରହିଛି । ଗତବର୍ଷ ଭଳି ଏଥର ମଧ୍ୟ ଛାତ୍ରୀମାନେ ଛାତ୍ରଙ୍କଠାରୁ ଆଗରେ ଅଛନ୍ତି।
ତ୍ରିଭେନ୍ଦ୍ରମ ମଣ୍ଡଳରେ ସର୍ବାଧିକ ୯୮.୮୩ ପ୍ରତିଶତ ପିଲା ପାସ୍ କରିଥିବା ବେଳେ ବାଙ୍ଗାଲୁର ମଣ୍ଡଳ ୯୮.୧୬ ପ୍ରତିଶତ ପାସ୍ ହାର ସହ ଦ୍ଵିତୀୟ ସ୍ଥାନରେ ଅଛି।କରିଛନ୍ତି । ୧୬ଟି ମଣ୍ଡଳ ମଧ୍ୟରେ ଭୁବନେଶ୍ୱର ମଧ୍ୟରୁ ୧୩ ନମ୍ବରରେ ରହିଛି । ଭୁବନେଶ୍ୱର ୧୩ ନମ୍ବରରେ ରହିଛି, ଏଠାରୁ ୯୦.୩୭ ପ୍ରତିଶତ ପିଲା ପାସ୍ କରିଛନ୍ତି ।
ଆଜି ଅପରାହ୍ନ ୨ଟାରେ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବ। ଚଳିତବର୍ଷ ସାରା ଦେଶରୁ ୨୧ ଲକ୍ଷ ୧୬ ହଜାର ୨୯୦ ଜଣ ପରୀକ୍ଷାର୍ଥୀ ଦଶମ ପରୀକ୍ଷା ଦେଇଛନ୍ତି୍।