ଗତକାଲି ଶୁକ୍ରବାର ବିଳମ୍ବିତ ରାତିରେ ଝାଡ଼ଖଣ୍ଡ ଧାନବାଦର ପୁରୁଣା ବଜାରରେ ଥିବା ହାଜ୍ରା ହସ୍ପିଟାଲ୍ରେ ଅଗ୍ନିକାଣ୍ଡ ଫଳରେ ୨ ଡାକ୍ତରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ବିଦ୍ଯୁତ ସର୍ଟ ସରକିଟ ଯୋଗୁଁ ପ୍ରଥମେ ଡାକ୍ତରଖାନାର ଦ୍ୱିତୀୟ ମହଲାରେ ନିଆଁ ଲାଗିଯାଇଥିଲା। ପରେ ପରେ ନିଆଁ ପ୍ରଥମ ମହଲାକୁ ବ୍ୟାପିଥିଲା। ରାତି ହୋଇଥିବାରୁ ଶୋଇଥିବା ଲୋକଙ୍କୁ ବାହାରକୁ ବାହାରିବାକୁ ସୁଯୋଗ ମିଳିନଥିଲା। ଅଧିକନ୍ତୁ ନିଆଁ ଲିଭାଇବାର କୌଣସି ବ୍ୟବସ୍ଥା ନଥିବାରୁ ଡାକ୍ତରଖାନାର କୋଠରୀ ଗୁଡିକରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା। ଏଥିରେ ଅଣନିଶ୍ୱୀସୀ ହୋଇ ୨ ଡାକ୍ତର – ଡା. ବିକାସ ହାଜ୍ରା ଓ ତାଙ୍କ ପତ୍ନୀ ଡା. ପ୍ରେମା ହାଜ୍ରାଙ୍କ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ ୪ ଜଣ ସେହି ଡାକ୍ତରଖାନାର କର୍ମଚାରୀ ବୋଲି କୁହାଯାଇଛି।