ବନ୍ଦ ପାଳନରେ ହିଂସା ବାବଦକୁ କ୍ଷତିପୂରଣ ଦବ ପିଏଫଆଇ

ଗତ ୨୩ ତାରିଖରେ ଜାତୀୟ ତଦନ୍ତକାରୀ ଏନଆଇଏ କାର୍ଯ୍ୟାନୁଷ୍ଠାନକୁ ପିଏଫ୍‌ଆଇ ବିରୋଧ କରି କେରଳରେ ବନ୍ଦ ଡାକରା ଦେଇଥିଲା ।

ଏହି ବନ୍ଦ ପାଳନ ସମୟରେ ହିଂସା ର ବାତାବରଣ ସୃଷ୍ଟି ହୋଇଥିଲା ପିଏଫ୍‌ଆଇ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ରାସ୍ତା ଘାଟ ବନ୍ଦ ସାଙ୍ଗକୁ ଦୋକାନ ବଜାର

ଏବଂ ବିଭିନ୍ନ ସରକାରୀ ସମ୍ପତ୍ତି ଭଙ୍ଗାରୁଜା କରାଯାଇଥିଲା।ଏନେଇ କେରଳ ହାଇକୋଟ ଆଜି ପିଏଫ୍ଆଇକୁ କ୍ଷତି ର ଭରଣା କରିବାପାଇଁ ନିର୍ଦ୍ଦେଶ

ଦେଇଛନ୍ତି। ତାଙ୍କୁ ୨ ସପ୍ତାହ ମଧ୍ୟରେ ୫.୨୦ କୋଟି ଟଙ୍କା କ୍ଷତିଭରଣା ଦେବାପାଇଁ କେରଳ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଯେପର୍ଯ୍ୟନ୍ତ କ୍ଷତିର ଭରଣା

ନହୋଇଛି ମାମଲାରେ ଅଭିଯୁକ୍ତ ଥିବା ପିଏଫ୍‌ଆଇ କାର୍ଯ୍ୟକର୍ତ୍ତାଙ୍କୁ ଜାମିନ ନଦେବାପାଇଁ ହାଇକୋର୍ଟ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପିଏଫ୍‌ଆଈ

ରାଜ୍ୟ ସଚିବ ଅବଦୁଲ ସତ୍ତାରଙ୍କୁ ହିଂସା ନେଇ ରୁଜୁ ହୋଇଥିବା ସମସ୍ତ ମାମଲାରେ ଅଭିଯୁକ୍ତ କରିବାପାଇଁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ

କୋର୍ଟ କହିଛି କୌଣସି ବନ୍ଦ ଓ ବିକ୍ଷୋଭ ଅଚାନକ ଗ୍ରହଣୀୟ ନୁହେ। ରାଜ୍ୟରେ ବନ୍ଦ ଡାକରା ଦେବାପାଇଁ ୭ ଦିନ ପୂର୍ବରୁ ନୋଟିସ ଦେବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।

 

Leave A Reply

Your email address will not be published.