ଧୂମପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ – ସିଗାରେଟ୍ ଲେବଲ୍ ତଳେ ଥିବା ଏହି ଲେଖା ଆମ ଦୃଷ୍ଟି ଆକର୍ଷଣ କରିବାରେ ପ୍ରାୟତଃ ବିଫଳ ହୁଏ, ହେଲେ ଅନେକ ବଲିଉଡ ସେଲିବ୍ରିଟି ଏହାକୁ ଗମ୍ଭୀରତାର ସହ ନେଇ ଛାଡିଚନ୍ତି ଧୁମ୍ରପାନ । ବିଶ୍ୱ ତମ୍ବାଖୁ ବର୍ଜନ ଦିବସରେ ଜାଣନ୍ତୁ କେଉଁମାନେ ଧୁମ୍ରପାନ ଅଭ୍ୟାସରୁ ମୁକ୍ତି ପାଇଛନ୍ତି ।
ଦିନେ ଜଣେ ଧୁମ୍ରପାନକାରୀ ଭାବେ ପରିଚିତ ଅଭିନେତା ହ୍ରିତିକ ରୋଶନ ସିଗାରେଟର କ୍ଷତିକାରକ ବୋଲି ହୃଦୟଙ୍ଗମ କରି ଏହି ଅଭ୍ୟାସ ଛାଡିଥିଲେ । 2020 ରେ, ଟ୍ୱିଟରରେ ଜଣେ ପ୍ରଶଂସକଙ୍କ ପ୍ରତିକ୍ରିୟାରେ ସ୍ପଷ୍ଟ କରି କହିଛନ୍ତି ଯେ ସେ ବର୍ତ୍ତମାନ ଜଣେ ଧୁମ୍ରପାନକାରୀ ନୁହଁନ୍ତି ଏବଂ ସିଗାରେଟ୍କୁ ଏକ ଜୀବାଣୁ ବୋଲି କହିଛନ୍ତି ଅଭିନେତା ହ୍ରିତିକ ରୋଶନ।
ସେହିପରି ଦବଂଗ ଷ୍ଟାର ସଲମାନ ଖାନ ମଧ୍ୟ ନିୟମିତ ଧୁମ୍ରପାନ କରୁଥିଲେ। ପରେ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗିବା ପରେ ସେ ଏହି ଅଭ୍ୟାସ ଛାଡି ଦେଇଥିବା ଜଣାଯାଇଛି।
ଅଭିନେତା ଅର୍ଜୁନ ରାମପାଲ ବୋର୍ଡିଂ ସ୍କୁଲରେ ପଢ଼ୁଥିବା ବେଳେ ଧୁମ୍ରପାନ ଆରମ୍ଭ କରିଥିଲେ। ତେବେ 2020 ମହାମାରୀ ସମୟରେ ସେ ଧୁମ୍ରପାନ ଛାଡିଥିଲେ। ଏଥିରେ ତାଙ୍କ ଶିଶୁପୁତ୍ର ଆରିକ ତାଙ୍କୁ ସିଗାରେଟ ଛାଡିବାକୁ ପ୍ରେରଣା ଦେଇଥିଲେ।
ଆଉ ଜଣେ ଅଭିନେତା ସୈଫ ଅଲ୍ଲୀ ଖାଁ 36 ବର୍ଷ ବୟସରେ ହୃଦଘାତରେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଧୁମ୍ରପାନ ଛାଡିବାକୁ ନିଷ୍ପତି ନେଇଥିଲେ ।
ଅତୀତରେ ଅଭିନେତା ବିବେକ ଓବରୋଇ ମଧ୍ୟ ଧୁମ୍ରପାନ କରୁଥିଲେ । ଖବର ଅନୁଯାୟୀ, ମୁମ୍ବାଇର ଏକ କର୍କଟ ଡାକ୍ତରଖାନା ପରିଦର୍ଶନ କରିବା ପରେ ତାଙ୍କ ଜୀବନରେ ପରିବର୍ତ୍ତନ ଆସିଥିଲା। ଏପରିକି ସେ ଅନେକ “ଧୁମ୍ରପାନକୁ ବିରୋଧ କରି ଅନେକ ବିଜ୍ଞାପନରେ ସ୍ଥାନ ପାଇଛନ୍ତି।